ବୁଲି ଯାଆନ୍ତୁ ଗୁପ୍ତେଶ୍ୱର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ।କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାଠାରେ ଅଛି ଗୁପ୍ତେଶ୍ଵର ମନ୍ଦିର। ଜୟପୁରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ । ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ପୀଠ।
କେମିତି ଯିବେ?
କୋରାପୁଟ ଯିବା ପାଇଁ ଭୁବନେଶ୍ଵରରୁ ଉଭୟ ଟ୍ରେନ ଏବଂ ବସ୍ର ସୁବିଧା ରହିଛି। କୋରାପୁଟରେ ପହଞ୍ଚିବା ପରେ ବସ୍ କିମ୍ଵା କାର୍ ଯୋଗେ ଆପଣ ରାମଗିରି ଯାଇ ପାରିବେ। ପର୍ଯ୍ୟଟକଙ୍କ ରହିବା ପାଇଁ
ଏଠାରେ ପାନ୍ଥଶାଳା ଏବଂ ଜଙ୍ଗଲ ବିଭାଗର ଆବସ ସ୍ଥଳୀ ରହିଛି।
କ’ଣ ଦେଖିବେ?
ଗୁପ୍ତେଶ୍ଵର ମହାଦେବଙ୍କ ଦର୍ଶନ ସହିତ ଅନେକ ପ୍ରାକୃତିକ ସ୍ଥାନ ଆପଣ ବୁଲିପାରିବେ। ରାମଗିରି ପାହାଡ଼ଠାରୁ ଅଳ୍ପ ଦୂରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି। ପ୍ରଭୁ ରାମ ଓ ମା ସୀତା ଏଠାରେ ସ୍ନାନ କରୁଥିଲେ ବୋଲି କିମ୍ଵଦନ୍ତୀ ରହିଛି। ଏହା ସହିତ ଗୁମ୍ଫା ମଧ୍ୟରେ ଥିବା କାଲିଜାଈ, ସ୍ଵର୍ଗଦ୍ଵାର, ପାରାଭାଡ଼ି, ବାଲିବନ୍ଧ ଓ ଦେବକୁଣ୍ଡ ଆଦି ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥାଏ।।