ବିଷୟରେ

ଖାଲି 'ବ୍ରେକିଂ' ଖବର ନୁହେଁ; ରାଜନୀତି, କୂଟନୀତି, ପ୍ରତିରକ୍ଷା, ଯୋଜନା, ପ୍ରଶାସନ, ସଂସ୍କୃତି, ରୋଜଗାର ଆଉ ମନୋରଞ୍ଜନର ପରିସଂଖ୍ୟାନ ସହ ସଠିକ ବିଶ୍ଳେଷଣ କରୁଥିବା ଏକ ଯୁବସୁଲଭ ଗଣମାଧ୍ୟମ।

ନାମ 'ଲୋକତନ୍ତ୍ର' ଏଥିପାଇଁ ଯେ ଏହାର ମୂଳ ଆଧାର ଓ ଉଦ୍ଦେଶ୍ୟ, ଭାରତୀୟ ସମ୍ବିଧାନର ସାର୍ବଭୌମ, ସମାଜବାଦ, ପନ୍ଥ-ନିରପେକ୍ଷ, ଗଣତନ୍ତ୍ର, ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଆଦି ମୂଲ୍ୟବୋଧ ଦ୍ୱାରା ଯେତିକି ଅନୁପ୍ରେରିତ, ତାହାର ବର୍ଚ୍ଚସ୍ବ ବଜାୟ ରଖିବା ପାଇଁ ସେତିକି ବଦ୍ଧପରିକର।

ଅନୁଧ୍ୟାନ-ଆକଳନ, ତର୍କ-ବିତର୍କ, ଏବଂ ଆରୋପ-ଆଲୋଚନା; ସବୁ ଆପଣ ଦେଖିବେ, ଆପଣ ବୁଝିବେ।

ନୂଆ ଚ୍ୟାନେଲ, ଟିକେ ଚପଳାମି ରହିବ। ଆପଣଙ୍କ ମତାମତ ଅନୁସରଣ ପାଇଁ ସଦା ତତ୍ପର ରହିବୁ।

ଧନ୍ୟବାଦ। ଜୟ ଜଗନ୍ନାଥ।