ଲୋକତନ୍ତ୍ର (ବ୍ୟୁରୋ) : ଭାଜପାକୁ ବିଜେଡି ଟାର୍ଗେଟ କରିଛି। ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇଛି। ଏହାପରେ ଭାଜପାଏହାର ଜବାବ ରଖିଛି ।
ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା ପରେ ବଳକା ବିଜୁଳିକୁ ସରକାରଙ୍କୁ ବିକିପାରିବେ ହିତାଧିକାରୀ। କେନ୍ଦ୍ର ବଜେଟ ଆସିବା ପରେ ଏହି ଯୋଜନା ଆରମ୍ଭ ହେବ। ମୋଦି ଯାହା କୁହନ୍ତି ତାହା କରନ୍ତି, ସମସ୍ତ ରାଜ୍ୟରେ ମାଗଣା ବିଜୁଳି ବ୍ୟବସ୍ଥା ଲାଗୁ କରାଯିବ । ଅନ୍ୟପଟେ ମାଗଣା ବିଜୁଳିକୁ ନେଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଭାଜପାକୁ ଟାର୍ଗେଟ୍ କରି କହିଥିଲେ, ନିର୍ବାଚନବେଳେ ବିଜେଡି ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବ କହିଥିଲା, କିନ୍ତୁ ଭାଜପା ୩୦୦ ୟୁନିଟ ଦେବ କହିଥିଲା। ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ। ବିଜେଡି ପକ୍ଷରୁ ସରକାରଙ୍କୁ ଆମେ ମନେ ପକାଇ ଦେଉଛୁ ବୋଲି ପ୍ରତାପ ଦେବ କହିଥିଲେ।
କହିରଖୁ ଚଳିତ ଥର ରାଜ୍ୟରେ ବିଜେଡ଼ିର ଗଡ଼ ଭୁଶୁଡ଼ି ପଡିଛି । ଏଥର ଲୋକେ ବିଜେପିକୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇଛନ୍ତି । ଯାହା ଫଳରେ ବିଜେପି ସରକାର ଗଢିବାରେ ସଫଳ ହଇଛି ।