ଲୋକତନ୍ତ୍ର (ବ୍ୟୁରୋ) : ପାଖେଇ ଆସୁଛି ମହାପ୍ରଭୁ ଙ୍କ ସ୍ନାନ ଯାତ୍ରା ଓ ରଥ ଯାତ୍ରା। ତେବେ କିଭଳି ସ୍ନାନ ଯାତ୍ରା ଓ ରଥ ଯାତ୍ରା ସୂରୁଖୁରୁ ରେ ଆୟୋଜନ ହୋଇ ପାରିବ ସେ ନେଇ ଶ୍ରୀ ମନ୍ଦିର କାର୍ଯ୍ୟଳୟ ରେ ସମୀକ୍ଷା କରିଚନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ତାଙ୍କ ସହ ଶ୍ରୀ ମନ୍ଦୀର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସହ ଶ୍ରୀ ମନ୍ଦୀର ପ୍ରଶାସନ ର ଅଧିକାରୀ, ପୁରୀ ଏସପି, ଜିଲାପାଳ ମଧ୍ୟ ଏହି ବୈଠକ ରେ ଉପସ୍ଥିତ ରହି ସ୍ନାନ ଯାତ୍ରା ଓ ରଥ ଯାତ୍ରା ନେଇ ପ୍ରଶାସନ ର ପ୍ରସ୍ତୁତି ସମ୍ପର୍କ ରେ ସୁଚନା ଦେଇଥିଲେ। ପରେ ମୁଖ୍ୟ ଶାସନ ସଚିବ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥ ଯାତ୍ରା କିଭଳି ସୁରୁଖିରୁ ରେ ଶେଷ ହେବ ସେ ନେଇ ପ୍ରାର୍ଥନା କରିଥଲେ।
ତେବେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଆଗାମୀ ସ୍ନାନ ଯାତ୍ରା ଓ ରଥ ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଚି। ସବୁ ବିଭାଗ ର ଅଧିକାରୀ ଙ୍କୁ ସଠିକ୍ ସମୟ ରେ କାର୍ଯ୍ୟ ସାରିବାକୁ ସେ ନିର୍ଦେଶ ଦେଇଛନ୍ତି। ତେବେ ଆଗକୁ ରଥ ନିର୍ମାଣ ସହ ରଥ ଖଳାରେ ତାଳଧ୍ବଜ ରଥ ଠିଆ ହେବା ପାଇଁ ବଡ ଦାଣ୍ଡ ରେ ହୋଇଥିବା ଭକ୍ତ ଙ୍କ ପାଇଁ ଏସି ସେଡ କୁ ଖୋଲାଯିବା ଆରମ୍ଭ ହୋଇଚି। ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବା ସହ ରଥ ବଡ ଦାଣ୍ଡ ରେ ଗଡିବା ରେ ସୁବିଧା ହେବ।
ସେପଟେ ଶ୍ରୀ ମନ୍ଦିର ଚାରି ଦ୍ୱାର ଭକ୍ତ ଙ୍କ ପାଇଁ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସରକାର୍ ଯାହା ନିର୍ଦେଶ ଦେବେ ଜିଲା ପ୍ରଶାସନ ତାହା ପାଳନ କରିବ ବୋଲି ପୁରୀ ଜିଲାପାଳ କହିଚନ୍ତି। ସେପଟେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ପୁର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ସହ ନୁଆ ସରକାର୍ ଆଲୋ ଚୋନା କରିବେ।ମହାପ୍ରଭୁ ଙ୍କ ନିତି ଯେଭଳି ପ୍ରଭଭିତ ନ ହୁଏ ତାକୁ ଲକ୍ଷ୍ୟ ରଖି ସରକାର ପଦକ୍ଷେପ ନେବେ।
ତେବେ ବଡ଼ ଦାଣ୍ଡ ରେ ନିର୍ମାଣ ହୋଇଥିବା ଏସି ସେଡ୍ କୁ ଶ୍ରୀ ମନ୍ଦିର ନିକଟ କାକୁଡି ଖାଇ ଠାକୁରାଣୀ ଙ୍କ ନିକଟ ରୁ ସିଂହ ଦ୍ୱାର ଯାଏ କରାଯିବା ନେଇ ସରକାର୍ ଙ୍କୁ ପୁର୍ବରୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର କହିଛନ୍ତି। ବଡ଼ ଦାଣ୍ଡ ରେ ଏସି ଶେଡ ଦ୍ବାରା ପ୍ରତିବର୍ଷ ରଥ ଯାତ୍ରା ପାଇଁ ପ୍ରତିବର୍ଷ ଏସି ଶେଡ୍ ଖୋଲାଯିବା। ଏହା ଦ୍ୱାରା ବହୁ ଅର୍ଥ ଅପଚୟ ସହ ସମୟ ମଧ୍ୟ ଅପଚୟ ହେବ। ଏଣୁ ବଡ଼ ଦାଣ୍ଡ ରେ ଥିବା ଏସି ସେଡ କୁ କାକୁଡି ଖାଇ ଠାକୁରାଣୀ ଙ୍କ ମନ୍ଦିର ନିକଟ ରୁ କରିବାକୁ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ପରାମର୍ଶ ଦେଇଛନ୍ତି। ବଡ଼ ଦାଣ୍ଡ ରେ ଏସି ସେଡ ଯୋଗୁ ବଡ ଦାଣ୍ଡ ରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଚି। ଏହାକୁ ହଟାଇବା ପାଇଁ ପୁରୀ ବାସିନ୍ଦା ବାରମ୍ବାର ଦାବୀ କରୁଥିବା ବେଳେ ପୁର୍ବ ବିଜେଡି ସରକାର ଏହାକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି।