ଲୋକତନ୍ତ୍ର (ବ୍ୟୁରୋ) : ସରକାର ବଦଳିବା ପରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବିଭିନ୍ନ ବେଶକୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀ କୁ ହଠାତ୍ ବନ୍ଦ କରିଦିଆଯାଇଛି। ପୁରୀ ରେ ପୁଣି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଗନ୍ନାଥ୍ ବଲ୍ଲଭ ପାର୍କିଂ ରେ ଚାଳିଥିବା ମହାପ୍ରଭୁ ଙ୍କ ବିଭିନ୍ନ ବେଶ୍ ପ୍ରଦର୍ଶନୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦିଆଯାଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର୍ ବଦଳିବା ପରେ ମହାପ୍ରଭୁ ଙ୍କ ପ୍ରଦର୍ଶନୀ ବନ୍ଦ କୁ ନେଇ ଭକ୍ତ କ୍ଷୋଭ ପ୍ରକାଶ କରିଚନ୍ତି। ତୁରନ୍ତ ପୂର୍ବଭଳି ମହାପ୍ରଭୁ ଙ୍କ ବେଶ ପ୍ରଦର୍ଶନୀ କୁ ଭକ୍ତ ଙ୍କ ପାଇଁ ଜାରି ରଖିବାକୁ ଭକ୍ତ ଦାବୀ କରିଚନ୍ତି। ଗତ ଜାନୁଆରୀ 17 ତାରିଖ ରେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉଦଘାଟନ କୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦେଶ ବିଦେଶରୁ ଆସୁଥିବା ଭକ୍ତ ଙ୍କୁ ଆକୃଷ୍ଟ କରିବା, ଜଗନ୍ନାଥ୍ ସଂସ୍କୃତି ବିଷୟ ରେ ଜଣେଇବା ପାଇଁ ଶ୍ରୀ ଜଗନ୍ନାଥ ବଲ୍ଲଭ ପରିସର ରେ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥଲା।
ମହାପ୍ରଭୁଙ୍କ ବିଭିନ୍ନ ବେଶ୍, ମହାପ୍ରଭୁ ଙ୍କ ନିତି କାନ୍ତି ର ସୁଚନା ସହ ତିନି ରଥ ର ପ୍ରତିକୃତି ସହିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ପ୍ରତିକୃତି କୁ ମଧ୍ୟ ପ୍ରଦର୍ଶନୀ ରେ ସ୍ଥାନ ଦିଆଯାଇଥିଲା। ଏହାକୁ ଦେଖି ଭକ୍ତ ବେଶ୍ ଆନନ୍ଦିତ ହେଉଥିଲେ। ତେବେ ସରକାର ବଦଳିବା ପରେ ମହାପ୍ରଭୁ ଙ୍କ ବେଶ ପ୍ରଦର୍ଶନୀ କୁ ବନ୍ଦ କରିଦିଆଯିବାକୁ ଭକ୍ତ ଓ ସେବାୟତ କଡ଼ା ସମାଲୋଚନା କରିଛନ୍ତି। ସେପଟେ ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଚି ପୁରୀ ଜିଲ୍ଲା ପ୍ରଶାସନ।
ପୁରୀ ଜିଲାପାଳ ଏଥିରେ ହସ୍ତକ୍ଷେପ କରିଛନ୍ତି। ପ୍ରଦର୍ଶନି ଆୟୋଜନ ଦିଆଯାଇଥିବା ସଂସ୍ଥା କୁ ପୁଣି ପ୍ରଦର୍ଶନୀ ଚାଲୁ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଶ୍ରୀ ମନ୍ଦିର ଚାରିପାଖ ରେ ଶ୍ରୀ ମନ୍ଦିର ଉପରକୁ ଆଲୋକ ପକାଇବା ପାଇଁ ଲାଗିଥିବା ଲାଇଟ୍ ଗୁଡିକ ମଧ୍ୟ ହଠାତ୍ ଖୋଲି ଦିଆଯାଇଥିଲା। ଫଳରେ ଶ୍ରୀ ମନ୍ଦିର ଅନ୍ଧକାର ରେ ରହିଥିଲା। ଯାହାକୁ ଭକ୍ତ ମହଲରେ କଡା ପ୍ରତିକ୍ରିୟା ପରେ ପୁନର୍ବାର ଲାଇଟ୍ ବ୍ୟବସ୍ଥା ହୋଇଥିଲା। ତେବେ ସରକାର ବଦଳିବା ପରେ ଏହି କାର୍ଯ୍ୟ କିଏ କରିଚି, କଣ କାହାର ଉଦ୍ଦେଶ୍ୟ ରହିଚି ସେ ନେଇ ଚର୍ଚ୍ଚା ଜୋର ଧରିଛି।