ଲୋକତନ୍ତ୍ର (ବ୍ୟୁରୋ) : ଶ୍ରୀ ମନ୍ଦିର କୁ ଉଜ୍ବଳ ଆଲୋକ ରେ ଆଲୋକିତ କରିବା ପାଇଁ ବ୍ୟବସ୍ଥା ହୋଇଥିବା ଉଚ୍ଚ ମାନର ଲାଇଟ୍କୁ ହଠାତ୍ ପ୍ରଶାସନକୁ ସୁଚନା ଦିଆ ନଯାଇ ଖୋଲି ଦିଆଯିବା ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ପୁରୀ ସିଂହ ଦ୍ୱାର ଥାନା ରେ ଏକ ମାମଲା ରୁଜୁ କରାଯାଇଚି। ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ ପରେ ପୁରୀ ପୋଲିସ୍ ଏହି ଘଟଣାକୁ ନେଇ ସିଂହ ଦ୍ବାର ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି। ଏସପି କହିଛନ୍ତି ଏ ନେଇ ତଦନ୍ତ ଚାଲିଚି। କେଉଁ ପରିସ୍ଥିତି ରେ ପ୍ରଶାସନ କୁ ବିନା ସୁଚନା ଦେଇ ଲାଇଟ୍ ଖୋଲିଦିଆଗଲା ସେ ନେଇ ତଦନ୍ତ ଚାଲିଚି। ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ। ଏହି ଘଟଣା ରେ 4 ଜଣଙ୍କୁ ପୋଲିସ୍ ଅଟକ ରଖି ପଚରଉଚରା କରୁଚି। ଲାଇଟ୍ ଲଗାଇବା ପାଇଁ ଦାୟିତ୍ଵ ନେଇଥିବା ସଂସ୍ଥା ର 4 ଜଣ କର୍ମଚାରି କୁ ପୋଲିସ୍ ଅଟକ ରଖି ପଚରଉଚରା କରୁଚି।
ସେପଟେ ଏହି ଘଟଣା କୁ ନେଇ ଦୁଃଖ ପ୍ରକାଶ କରିଚନ୍ତି ଆମିକସକ୍ୟୁରି ଏନ୍ କେ ମହାନ୍ତି। ଘଟଣା ସ୍ଥିତି ଅନୁଧ୍ୟାନ ପାଇଁ ସେ ପୁରୀ ଆସି ତଦାରଖ କରିଚନ୍ତି। ତେବେ ସେ ଏ ନେଇ ମୁଖ୍ୟ ଶାସନ ସଚିବ ଙ୍କୁ ଜଣାଇବା ପରେ ଲାଇଟ୍ ଲଗାଇବା ନେଇ ପଦକ୍ଷପ ନିଆଯାଇଛି। ତେବେ ଆଜି ସନ୍ଧ୍ୟା 9 ଟା ସୁଦ୍ଧା ଲାଇଟ୍ ଲଗାଇବା କାର୍ଯ୍ୟ ଶେଷ ହେବ ବୋଲି ଆମିକସକୁରୀ କହିଚନ୍ତି। ତେବେ ଶ୍ରୀ ମନ୍ଦିର ମରାମତି କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ଏନ୍ କେ ମହାନ୍ତି।ସେ କହିଥିଲେ ଶ୍ରୀ ମନ୍ଦିର ର ସବୁ ମରାମତି ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ ଠିକ୍ ରେ ଚାଲିଚି। ସେହିପରି ଗୁଣ୍ଡିଚା ମନ୍ଦିର ର ମରାମତି କାର୍ଯ୍ଯ ଖୁବ୍ ଶୀଘ୍ର ଶେଷ ହେବ। ଆଗାମୀ ଦିନ ରେ ଏହା ଭକ୍ତ ଙ୍କ ପାଇଁ ଖୋଲିବ ବୋଲି ଆମିକାସକ୍ୟୁରି କହିଛନ୍ତି।