ଲୋକତନ୍ତ୍ର (ବ୍ୟୁରୋ) : ବିଶ୍ୱ ନିଅନ୍ତା ଙ୍କ ରଥ ନିର୍ମାଣ ସ୍ୱୟଂ ମହାପ୍ରଭୁ ଙ୍କ ଆଜ୍ଞାରେ ହୋଇଆସୁଥିବା ବେଳେ ଏଠାରେ ଇଞ୍ଚ,ଫୁଟ୍,ହିସାବ ପରିବର୍ତ୍ତେ ନିଆରା ହାତକାଠି ମାପରେ ହୋଇଥାଏ ସମସ୍ତ ନିର୍ମାଣ। ବିଶାଳକାୟ ଏହି ଚମତ୍କାର ରଥତ୍ରୟ ନିର୍ମାଣ ପାଇଁ ବର୍ତ୍ତମାନ ସମୟରେ ମଧ୍ୟ ମହାରଣା ସେବକମାନେ ବ୍ୟବହାର କରିଥାନ୍ତି ବହୁ ପୁରାତନ ପାରମ୍ପରିକ ମାପ କାଠି।ହାତ ଆଙ୍ଗୁଳି ମାପ ଓ ସ୍ବତନ୍ତ୍ର ଧରଣର ମାପ କାଠିରେ ନିର୍ମିତ ହୋଇଥାଏ ରଥତ୍ରୟ l ପ୍ରତିବର୍ଷ ସମାନ ଆକାର ଓ ପ୍ରକାରର ହୋଇଥିବା ବେଳେ ଏହା ଏକ ଆଶ୍ଚର୍ଯ୍ୟ ଅଟେ। ସବୁ ମହାପ୍ରଭୁଙ୍କ ଆଜ୍ଞା ରେ ହିଁ ସମ୍ଭବ l ନିଜେ ନିଜ ରଥ ନିର୍ମାଣ କରୁଛନ୍ତି ମହାପ୍ରଭୁ l ଆମେ ନିମିତ୍ତ ମାତ୍ର ଏ ଭଳି କିଛି ମନ୍ତବ୍ୟ ଦେଇଛନ୍ତି ରଥ ନିର୍ମାଣକାରି ସେବାୟତ l ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି l
ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟରେ ମହାରଣା, ଭୋଇ ସେବକ ଙ୍କ ସହ ଅନାନ୍ୟ ସେବାୟତ ମାନେ ଲାଗିଛନ୍ତି ତେବେ ବିଶାଳ କାୟ ଏହି ଚମତ୍କାର ରଥ ତ୍ରୟ ନିର୍ମାଣ ପାଇଁ ବର୍ତ୍ତମାନ ଯୁଗରେ ମଧ୍ୟ ମହାରଣା ସେବକ ମାନେ ବ୍ୟବହୃତ କରୁଛନ୍ତି ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ମାପ କାଠି l ହାତ ଆଙ୍ଗୁଳି ମାପ ଓ ସ୍ୱତ୍ରନ୍ତ ଧରଣର ମାପ କାଠି ରେ ନିର୍ମାଣ ହୁଏ ବିଶ୍ୱର ସବୁଠୁ ବୃହତ ରଥ l ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିହଣ, ମୁଗୁର ଓ ବାରିସୀ ଭଳି ପାରମ୍ପରିକ ଅସ୍ତ୍ର ସାହାଯ୍ୟରେ ଏହାକୁ ନିର୍ମାଣ କରାଯାଇ ଆସୁଛି l
ବଡ଼ବଡ଼ ଇଂଜିନିୟର ମାନେ ମଧ୍ୟ ଏହାକୁ ନିର୍ମାଣ କରିବାରେ ଅସମର୍ଥ l ବହୁ ଇଂଜିନିୟର ଓ ଶିଳ୍ପୀ କାରିଗର ରଥ ନିର୍ମାଣ ପକ୍ରିୟା ଦେଖିଥିବା ସତ୍ୱେ ସଫଳ ହୋଇନାହାନ୍ତି l ପାରମ୍ପରିକ ମାପ ଚୁପ ନେଇ ମହାରଣା ମାନେ ପିଢ଼ି ପରେ ପିଢ଼ି ଏବେ ଭି ରଥ ନିର୍ମାଣ କରୁଛନ୍ତି l ବିଶେଷ କରି ପୂର୍ବପୁରୁଷଙ୍କ ଶିକ୍ଷା ତଥା ସୁତା ବାଡ଼ିଆ ନୀତି କୁ ନେଇ ମହାରଣା ମାନେ ହାତ କାଠି ମାପ ଦ୍ୱାରା ରଥ ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି l