ଲୋକତନ୍ତ୍ର (ବ୍ୟୁରୋ) : ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ତାଇଓ୍ବାନ । ତାଇଓ୍ବାନର ରାଜଧାନୀ ତାଇପେଇ ସିଟି ଥରହର ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି।
ମଙ୍ଗଳବାର ଏହି ଭୂମିକମ୍ପ ଝଟକା ଲାଗିଛି। ରାତି ସାରା ସିରିଜ୍ ଭୂକମ୍ପ ଅନୁଭୂତ ହୋଇଛି। ପ୍ରାୟ ୮୦ ଥର ଝଟକା ଲାଗିଛି। ତାଇଓ୍ବାନ କେନ୍ଦ୍ରୀୟ ଜଳବାୟୁ ବିଭାଗ ରିପୋର୍ଟ ମୁତାବକ, ସୋମବାର ସ୍ଥାନୀୟ ସମୟ ୫.୦୮ ମିନିଟରେ ପ୍ରଥମ ଭୂମିକମ୍ପ ଝଟକା ଲାଗିଥିଲା । ଯାହା ଭାରତୀୟ ସମୟ ରାତି ୧୦ଟା ହେବ । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା ।
ଏହା ପରେ ପୂର୍ବ ହୁଲିଏନରେ ୬.୩ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଝଟକା ଲାଗିଥିଲା । ପ୍ରତ୍ୟେକ୍ଷଦର୍ଶିଙ୍କ କହିବା ମୁତାବକ, ସୋମବାର ବିଳମ୍ବିତ ବା ମଙ୍ଗଳବାର ଭୋରରୁ ତାଇପେଇ ସିଟି ସିରିଜ୍ ଭୂମିକମ୍ପ ଅନୁଭୂତ ହୋଇଥିଲା ।
କେନ୍ଦ୍ରୀୟ ଜଳବାୟୁ ପ୍ରଶସାନର ସୂଚନା ଅନୁଯାୟୀ, ରାତି ୨.୨୬ ମିନିଟରେ ୬.୦ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ୬ ମିନିଟ ପରେ ୬.୩ ତୀବ୍ରତାରେ ଦହୋଲି ଥିଲା ତାଇଓ୍ବାନ୍। ଆମେରିକୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଛି ।