ଲୋକତନ୍ତ୍ର (ବ୍ୟୁରୋ) : ଦୀର୍ଘ ବର୍ଷର ଆପେକ୍ଷା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି ୨୦ ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ବିସିସିଆଇ ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଭାବରେ ୧୨୫ କୋଟି ଟଙ୍କା ଘୋଷଣା କରିଛି।
ଟି ୨୦ ବିଶ୍ୱକପ ଜିତିଥିବା ଟିମ୍ ଇଣ୍ଡିଆକୁ ବିସିସିଆଇ ୧୨୫ କୋଟି ଟଙ୍କା ଦେବ।
ବିସିସିଆଇ ସଚିବ ଜୟ ଶାହା ଏହି ଟ୍ୱିଟ କରିଛନ୍ତି। ସେ ଏହି ଟୁଇଟରେ ଏହି ସୂଚନା ଦେଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏକ୍ସରେ ଲେଖିଛନ୍ତି - 'ମୁଁ ସୂଚନା ଦେଇ ବହୁତ ଖୁସି ଯେ ଭାରତୀୟ ଦଳ ଆଇସିସି ପୁରୁଷ ଟି ୨୦ ବିଶ୍ୱକପ ଜିତିବା ପରେ ପୁରସ୍କାର ରାଶି ଭାବରେ ୧୨୫ କୋଟି ଘୋଷଣା କରୁଛି।
ଭାରତୀୟ ଦଳ ଟି ୨୦ ବିଶ୍ୱକପରେ ଆକର୍ଷଣୀୟ ପ୍ରଦର୍ଶନ, ପ୍ରତିଭା, ନିଷ୍ଠାର ନିଦର୍ଶନ ଦେଖାଇଛନ୍ତି। କହିରଖୁଛୁ ଯେ, ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ବିରାଟ କୋହଲି ୫୯ ବଲରେ ସର୍ବାଧିକ ୭୬ ରନ୍ ସ୍କୋର କରିଥିଲେ। ଏହାର ଉତ୍ତରରେ ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୬୯ ରନ୍ ସ୍କୋର କରିପାରିଥିଲା।
ଅନ୍ୟପଟେ ବାରବାଡୋସରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ଫସିଛନ୍ତି ଭାରତୀୟ କ୍ରିକେଟ ଟିମ। ଟି-୨୦ ବିଶ୍ବକପ୍ ଖେଳାଯାଉଥିବା ବାରବାଡୋସରେ ଭୟଙ୍କର ଘୁର୍ଣ୍ଣିଝଡ଼। ହୁରିକେନ୍ 'ବେରିଲ୍' ପାଇଁ ଓ୍ବେଷ୍ଟଇଣ୍ଡିଜରେ ଫସି ରହିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଟିମ୍ ସୋମବାର ବାରବାଡୋସରୁ ଆମେରିକାର ନ୍ୟୁୟର୍କ ପହଞ୍ଚିବାର ଥିଲା । ପରେ ଭାରତ ପାଇଁ ଉଡ଼ାଣ ଭରିଥାନ୍ତେ ସମସ୍ତ ଖେଳାଳି । ମାତ୍ର ଖରାପ ପାଣିପାଗ ଅର୍ଥାତ୍ ଭୟଙ୍କର ଘୂର୍ଣ୍ଣିଝଡ଼ ହୁରିକେନ୍ 'ବେରିଲ୍' ପାଇଁ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜରେ ଫସି ରହିଛି ।