ଲୋକତନ୍ତ୍ର (ବ୍ୟୁରୋ) : ଓଡ଼ିଶା ରାଜନୀତି ଉଠୁଛି ପଡୁଛି। ଏଥର ବିଜେପି ଫୋକସରେ ଓଡ଼ିଶା। କେତେବେଳେ ମୋଦିଙ୍କ ରୋଡ ଶୋ ତ ଆଉ କେତେବେଳେ ନଡ୍ଡାଙ୍କ ରୋଡ ଶୋ ।
ସେପଟେ ଅମିତ ଶାହ ଆସି ଜନସଭା କରି ବିଜେଡିକୁ କରୁଛନ୍ତି କଡ଼ା ସମାଲୋଚନା । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନବୀନ ସରକାର ଟାର୍ଗେଟ କରିବା ସହ ଭୋଟରଙ୍କୁ ପଦ୍ମ ଆଡକୁ ଟାଣିବାକୁ ଚେଷ୍ଟା କରୁଛନ୍ତି । କଡ଼ା ମତ ମନ୍ତବ୍ୟ ଦେବା ସହ ମୋଦି ଗ୍ୟାରେଣ୍ଟି କହି ନିଜ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି ।
ସେପଟେ ବିରୋଧୀ ଯେତେ ଆକ୍ରମଣ କଲେ ମଧ୍ୟ ପାଣ୍ଡିଆନ ଏହାର ଜବାବ ଦେବାକୁ ପଛାଉନାହାନ୍ତି। ଏହାରି ଭିତରେ ପୁରୀରେ ହେବାକୁ ଯାଉଛି କଡ଼ା ଟକ୍କର । ଗୋଟିଏ ଦିନରେ ରହିଛି ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେଡି-ବିଜେପିର ରୋଡ ଶୋ । ୨୦ତାରିଖ ଅର୍ଥାତ ଆଜି ମୋଦିଙ୍କ ରୋଡ ଶୋ ଶେଷ ହୋଇଛି। ଏହା ସାଙ୍ଗକୁ ରହିଛି ପାଣ୍ଡିଆନଙ୍କ ରୋଡ ଶୋ । ଯାହାକୁ ନେଇ ଉଭୟ ଦଳର କର୍ମକର୍ତ୍ତାଙ୍କ ମନୋବଳ ବଢିବାରେ ଲାଗିଛି।
ପୁରୀରେ ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ଏହାସହ ମୋଦୀଙ୍କ ରୋଡ ଶୋ' ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା ।