ଲୋକତନ୍ତ୍ର (ବ୍ୟୁରୋ) : ୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା। ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଚାରିଆଡେ କେବଳ ପାଣି ଆଉ ପାଣି। ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା ପାଣି ଏବେ ପାଲଟିଛି ଲୋକଙ୍କ ଜୀବନ ନେଉଛି । ବର୍ଷା ପାଣିରେ ଭାସିଯାଇ ଅଲଗା ଅଲଗା ସ୍ଥାନରେ ୪ ଛୋଟ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।
କହିରଖୁକି ଗତ କିଛି ଦିନ ହେବ ଗରମ ଓ ଗୁଳୁଗୁଳି ଓ ପାଣି ପାଇଁ ଛଟପଟ ହେଉଥିବା ଦିଲ୍ଲୀବାସୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିଛି ସତ ହେଲେ ମୌସୁମୀ ବର୍ଷା ଏଠାରେ ତାଣ୍ଡବ ରଚିଛି। ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଛି ଜୁନ୍ ମାସର ବର୍ଷା। ବିଭିନ୍ନ ସ୍ଥାନରେ ପାଣି ଜମି ଯିବା ଯୋଗୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ନାହିଁ ନଥିବା ଅସୁବୁଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।