ଭୁବନେଶ୍ୱର : ଭିଜିଲା ରାଜଧାନୀ। ତା ସହ ଅନେକ ଜିଲ୍ଲାରେ ବି ବର୍ଷା। ଘଟିଲା ପ୍ରତୀକ୍ଷାର ଅନ୍ତ । ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ । ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳ କୁ ଅଗ୍ରସର ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବାପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ୨୪ ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
https://twitter.com/mcbbsr/status/1671799614033518592?t=dMzx9SVAtMoNd-uPoSQdwg&s=19
ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି।