ଲୋକତନ୍ତ୍ର (ବ୍ୟୁରୋ) : ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେଇଛି। ଶେଷ ଦିବସରେ ପୁରୀ ବିଧାନସଭା ଓ ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଉମା ବଲ୍ଲଭ ରଥ ନାମାଙ୍କନ ପତ୍ର ଦାଖଲ କରିଚନ୍ତି। ନାମାଙ୍କନ ପତ୍ର ଦାଖଲ ପୁର୍ବରୁ ସେ ବଡ ଦାଣ୍ଡ ରେ ଏକ ଶୋଭାଯାତ୍ରା ରେ ବାହାରି ପୁରୀ ଉପ ଜିଲାପାଳ ଙ୍କ କାର୍ଯ୍ୟଳୟ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଶହ ଶହ ସମର୍ଥକ ଙ୍କ ସହ ଆସି ଉମା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ପ୍ରତିକ୍ରିୟା ଦେଇ କହିଚନ୍ତି ଏଥର ଲୋକ ମାନେ ନିର୍ବାଚନ ଲଢ଼ୁଛନ୍ତି। ସେ ନିମିତ୍ତ ମାତ୍ର। ତେବେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଥିବା ବିଭିନ୍ନ ସମସ୍ୟା କୁ ନେଇ ସେ ନିର୍ବାଚନ ଲଢ଼ିବେ।
ସେପଟେ ପୁରୀ ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ଜୟ ନାରାୟଣ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ କହିଛନ୍ତି କଂଗ୍ରେସ ଦଳ ର ଗ୍ୟାରେଣ୍ଟି ସହିତ ବିଜେଡି ଓ ବିଜେପି ସରକାର ଦୁର୍ନୀତି, ଅନ୍ୟାୟ, ଅନିତି କୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ଲଢିବ। ଲୋକ ମାନେ ବିଜେପି ଓ ବିଜେଡ଼ି ସରକାର କାର୍ଯ୍ୟକଳାପ କୁ ଅସନ୍ତୁଷ୍ଟ ଅଛନ୍ତି। ଏହାର ଫାଇଦା କଂଗ୍ରେସ ପାଇବ। ସେପଟେ ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇଥିବା ସୁଜିତ୍ ମହାପାତ୍ର ଙ୍କ ଟିକେଟକରିବା ପରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ପୁରୀ ବିଧାନସଭା ଆସନ ରେ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେ କହିଛନ୍ତି କଂଗ୍ରେସ ଦଳ ତାଙ୍କୁ ଧୋକା ଦେଇଚି । କିଛି ଶୀର୍ଷ ନେତା ଉମା ରଥ ଙ୍କ ଠାରୁ ଟଙ୍କା ନେଇ ଟିକେଟ ଦେଇଛନ୍ତି। ତେବେ ସେ ଯେଉଁ ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ ସେହି ପ୍ରସଙ୍ଗ ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।