ଲୋକତନ୍ତ୍ର (ବ୍ୟୁରୋ) : ରାଜ୍ୟରେ ଥିବା ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମେଗା ୱାଟର ପ୍ରୋଜେକ୍ଟ ମାଧ୍ୟମରେ ଜଳ ଯୋଗାଇ ଦେଉଥିବା ରାଜ୍ୟ ସରକାର୍ ପ୍ରଚାର କରୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ ଭିନ୍ନ। ଏବେବି ଅନେକ ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ନାହାନ୍ତି ରାଜ୍ୟ ସରକାର। କୌଣସି ଉପାନ୍ତ ଅଂଚଳ ରେ ଏ ସମସ୍ୟା ନୁହେଁ ପୁରୀ ସହର ରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ପୁରୀ ସଦର ବ୍ଲକ ଚାଳିଶବାଟିଆ ପଂଚାୟତ ର ଲହଡ଼ିଆ ଗ୍ରାମ ରେ ଏଭଳି ସ୍ଥିତି।
ଦୀର୍ଘ 40 ବର୍ଷ ହେବ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ଲହଡିଆ ଗ୍ରାମ ବାସୀ। ତେବେ ପୁରୀ ଜିଲା ପ୍ରଶାସନ ପାଖରେ ବାରମ୍ବାର ଦାବୀ ପରେ ମଧ୍ୟ ପାନୀୟ ଜଳ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ କରୁନଥିବା ଲହଡିଆ ଗ୍ରାମ ବାସି ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଗ୍ରାମବାସୀ ଏହି ସମସ୍ୟା ର ସମାଧାନ ପାଇଁ ପୁରୀ ଜିଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ୍ କରିଛନ୍ତି।
ପାନୀୟ ଜଳ ସମସ୍ୟା କୁ ନେଇ କଲବଲ ହେଉଛନ୍ତି ଲୋକେ। ତୁରନ୍ତ ରାଜ୍ୟ ସରକାର ଲହଡିଆ ଗ୍ରାମ ନିକଟ ରେ ଥିବା ଭାର୍ଗବୀ ନଦୀ ରୁ ବୋରିଂ କରି ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲହଡିଆ ଗ୍ରାମବାସୀ ଦାବି କରିଛନ୍ତି।