ଲୋକତନ୍ତ୍ର (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ରୋଡ଼ ଶୋ' ପରେ ଅନୁଗୁଳ ବିଶାଳ ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଓଡିଶା କଳାର ଧାମ ଏବଂ ପ୍ରତି ପରିବାରରେ କଳା ଭର୍ତ୍ତି ରହିଛି । ସକାଳ ୧୦ଟାରେ ଏଭଳି ଭିଡ ଦେଖି ମୁଁ ଅଭିଭୂତ । ସେହିପରି ସକାଳ ୭ଟାରେ ପୁରୀରେ ହୋଇଥିବା ଭିଡ ବି ଆଶ୍ଚର୍ଯ୍ୟଜନକ ଥିଲା । ଯାହାକୁ ଦେଖି ମୁଁ ବହୁତ ଖୁସି ହୋଇଥିଲି । ପ୍ରଭୁ ଜଗନ୍ନାଥ ସବୁ ଲୋକଙ୍କର ଆଶା ପୂରଣ କରନ୍ତି ।
ମୁଁ ଓଡିଶାର ସୁଖ ଏବଂ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ଆଶିଷ ମାଗିଛି । ଏହାସହିତ ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।
କହିରଖୁକି ମୋଦିଙ୍କ ସମର୍ଥକ ଏହି ରୋଡ ସୋ ରେ ଯୋଗ ଦେଇଥିଲେ। ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ଓ ମୋଦୀଙ୍କ ଝଲକ ନେବାକୁ ରାସ୍ତା କଡ ଓ ପ୍ରତି ଘର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।
ଆଜି ମୋଦୀଙ୍କ ରୋଡ ସୋ' ପାଇଁ ବଡଦାଣ୍ଡ ସହ ସମ୍ପୂର୍ଣ୍ଣ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ଅନ୍ୟପଟେ ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ଏହାସହ ମୋଦୀଙ୍କ ରୋଡ ସୋ' ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା।