ଆରବିଆଇର ମୁଦ୍ରାନୀତି ଘୋଷଣା। ରେପୋ ରେଟ ରହିଲା ଅପରିବର୍ତ୍ତିତ। ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଆରବିଆଇର ମନିଟାରି ପୋଲିସ କମିଟି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି।
ଏହାସହିତ ୨୦୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି। ବର୍ତ୍ତମାନ ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ଠିକ ରହିଛି। ଗତ ବୈଠକରେ ମଧ୍ୟ ଆରବିଆର ସୁଧ ହାର ଅପରିବର୍ତ୍ତିତ ରହିଥିଲା।