ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାରୁ ଦୁଇ ଜଣଙ୍କୁ ଫ୍ଲୋରେନ୍ସ ନାଇଟଆଞ୍ଜେଲ୍ ପୁରସ୍କାର। 2022 ବର୍ଷ ପାଇଁ ନର୍ସ ସେବତୀ ସାହୁ ,2023 ପାଇଁ ଏଏନଏମ ମଞ୍ଜୁଲତା ମହାରଣାଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି ।
ଜାତୀୟ ଫ୍ଲୋରେନ୍ସ ନାଇଟ୍ଆଞ୍ଜେଲ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ନର୍ସିଂ ଅଫିସର ଅଛନ୍ତି ସେବତୀ । ନର୍ସିଂ ସେବାରେ 18 ବର୍ଷର ଅଭିଜ୍ଞତା ରଖିଥିବା ସେବତୀ କୋଭିଡ୍ ସମୟରେ ସମସ୍ତଙ୍କ ଯତ୍ନ ନେଇଥିଲେ ।
ପୁରୀ ଜିଲ୍ଲା ସାହସପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ୍ ଭାବେ କାର୍ଯ୍ୟରତ ଅଛନ୍ତି ମଞ୍ଜୁଲତା ମହାରଣା । ଏଏନଏମ୍ ଭାବେ 19 ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି ମଞ୍ଜୁଲତା । ଗତ 3 ବର୍ଷରେ ଅଞ୍ଚଳରେ ମଞ୍ଜୁଲତାଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା 99 ପ୍ରତିଶତ ଟିକାକରଣ ସହ ମାତୃ ଓ ଶିଶୁହାର ମୃତ୍ୟୁହାର ଶୂନ ହୋଇ ପାରିଛି ।