ଲୋକତନ୍ତ୍ର (ବ୍ୟୁରୋ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ' ପାଇଁ ବଡଦାଣ୍ଡ ଜନ ସମୁଦ୍ର ପାଲଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍ ଶୋ' ହୋଇଥିଲା। ମରିଚିକୋଟ ଛକରୁ ରୋଡ୍ ସୋ'ରେ ବାହାରିଥିଲେ ମୋଦି। ମୋଦିଙ୍କ ରୋଡ୍ ସୋ'ରେ ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ। ତାଙ୍କ ସହ ଥିଲେ ମନମୋହନ ସାମଲ, ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ବଡ଼ଦାଣ୍ଡରେ ହଜାର ହଜାର ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବଡ଼ଦାଣ୍ଡରେ ମୋଦି ସେବାୟତଙ୍କ ସହ ମିଶିଲେ ଏବଂ ଲୋକଙ୍କୁ ଭୋଟ ପାଇଁ ଅଭିବାଦନ କରିଥିଲେ। ସିଂହଦ୍ୱାର ସମ୍ମୁଖରେ ଲୋକଙ୍କୁ ଭେଟିଲେ। ମୋଦୀଙ୍କୁ ଦେଖି କର୍ମୀ ଓ ନେତା ଉତ୍ସାହିତ ଥିଲେ ।
ବିପୁଳ ଜନସମାଗମ ଭିତରେ ଶୁଭୁଥିଲାମୋଦିଙ୍କ ନାରା। ମୋଦିଙ୍କ ସହ ମୋଦିଙ୍କ ସମର୍ଥକ ଏହି ରୋଡ ସୋ ରେ ଯୋଗ ଦେଇଥିଲେ। ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ଓ ମୋଦୀଙ୍କ ଝଲକ ନେବାକୁ ରାସ୍ତା କଡ ଓ ପ୍ରତି ଘର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।
ଆଜି ମୋଦୀଙ୍କ ରୋଡ ସୋ' ପାଇଁ ବଡଦାଣ୍ଡ ସହ ସମ୍ପୂର୍ଣ୍ଣ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ଅନ୍ୟପଟେ ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ଏହାସହ ମୋଦୀଙ୍କ ରୋଡ ସୋ' ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ମୋଦୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।