ଜୁନ ୨୨ ଓ ୨୩ ତାରିଖ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଜି ଅପରାହ୍ନରେ ଝାରସୁଗୁଡାରେ ପହଞ୍ଚି ଜିଲ୍ଲା କାର୍ଯ୍ୟାଳୟରେ ବରଗଡ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଭବିଷ୍ୟତ ରୋଡ ମ୍ୟାପ୍ ତିଆରି କରିବେ । ୨୩ ତାରିଖରେ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଭବାନୀପାଟଣାରେ ପହଞ୍ଚି ମା ମାଣିକେଶ୍ଵୀରଙ୍କ ଦର୍ଶନ ପରେ ମୋଦିଙ୍କ ଶାସନର ୯ ବର୍ଷ ପୁର୍ତ୍ତି ଅବସରରେ ମହା ଜନ ସମ୍ପର୍କ ସମାବେଶରେ ନଡ୍ଡା ଯୋଗ ଦେବେ ।
ଏହାପରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କର୍ମକର୍ତ୍ତାଙ୍କୁ ସଂଙ୍ଗଠନ ମଜବୁତ ଓ ୨୪ ମହାସମର ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ନଡ୍ଡା । ନଡ୍ଡାଙ୍କ ମାଧ୍ୟମରେ ଲୋକଙ୍କ ପାଖକୁ ବଡ ବାର୍ତ୍ତା ନେଇ ଯିବ ବିଜେପି । ପଶ୍ଚିମ ଓଡିଶା ସଙ୍ଗଠନକୁ ନେଇ ରଣନୀତି ତିଆରି କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୦୨୪ରେ ୫୦ ପ୍ରତିଶତରୁ ଅଧିକ ଭୋଟ ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନର ଲକ୍ଷ୍ୟ ରଖିଛି ବିଜେପି ।