ଭୁବନେଶ୍ୱର: ଲଣ୍ଡନରେ ରହି ପାଠ ପଢୁଥିବା ହାଇଦ୍ରାବାଦର ୨୭ ବର୍ଷୀୟ ଛାତ୍ରୀ କୌତମ ତେଜସ୍ୱନୀଙ୍କୁ ହତ୍ୟା। ବ୍ରାଜିଲର ଜଣେ ନାଗରିକ ନିର୍ମମ ଭାବେ ଛୁରୀ ଭୁଷି ତାଙ୍କୁ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ମେଟ୍ରୋପଲିଟନ ପୋଲିସର କହିବା ଅନୁସାରେ, ତେଜସ୍ୱନୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରଷଙ୍କୁ ଗିରଫ କରାଯାଇଛି । ପୁରଷ ଜଣଙ୍କ ଏବେ ପୋଲିସ ହେପାଜତରେ ଥିବା ବେଳେ ମହିଳା ଜଣଙ୍କୁ ପୋଲିସ ଛାଡି ଦେଇଛି ।
ଏହି ଆକ୍ରମଣରେ ଅନ୍ୟ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦ ମୁକ୍ତ ଥିବା ପୋଲିସ୍ କହିଛି।