ଲୋକତନ୍ତ୍ର (ବ୍ୟୁରୋ) : ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି । ଆଗାମୀ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିଠୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରିଛନ୍ତି ଗଜପତି।
ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ପରେ ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା ୧୯୭୧ ମସିହା ଭଳି ପଡୁଛି। ଗୋଟିଏ ଦିନରେ ଦୁଇ ଦିନର ନୀତିକାନ୍ତି ହେବ। ତେଣୁ ରଥଯାତ୍ରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହେଲା। ଅପରାହ୍ନ ୫ଟାରେ ରଥଟଣା ଯିବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସେଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।