ଲୋକତନ୍ତ୍ର (ବ୍ୟୁରୋ) : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ଫଳ ସେବନ କରିବା ନିତାନ୍ତ ଆବଶ୍ୟକ। ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ। ଫଳରେ ଅଧିକ ମାତ୍ରାରେ ଫାଇବର ରହିଛି, ଯାହା ଫଳ ଚୋପାରୁ ହିଁ ମିଳିଥାଏ। ମାତ୍ର ଅନେକଙ୍କୁ ଫଳର ଚୋପା କାଢି ଏହାକୁ ଖାଇବାର ଅଭ୍ୟାସ ରହିଛି।
ସେଓର ଚୋପା କାଢି ମଧ୍ୟ ଅନେକ ଖାଇ ଥାଆନ୍ତି। କେତେକ ଫଳ ଯାହାକୁ ଚୋପା ସହ ଖାଇବା ଉଚିତ। ସେଓର ଚୋପା କାଢି କଦାପି ଖାଆନ୍ତୁ ନାହିଁ। ସେଓକୁ ଏହାର ଚୋପା ସହ ଖାଇବା ଦ୍ୱାରା ୩୩୨ ପ୍ରତିଶତ ଅଧିକ ଭିଟାମିନ କେ,୧୪୨ ପ୍ରତିଶତ ଅଧିକ ଭିଟାମିନ୍ ଏ ଓ ୧୧୫ ପ୍ରତିଶତ ଅଧିକ ଭିଟାମିନ ସି ଓ ୨୦ ପ୍ରତିଶତରୁ ଅଧିକ କ୍ୟାଲସିୟମ ମିଳିଥାଏ।
ପିଜୁଳିର ଚୋପା କାଢି ମଧ୍ୟ ଖାଇବା ଉଚିତ ନୁହେଁ। ପିଜୁଳି ଚୋପାରେ ୩୧ ପ୍ରତିଶତରୁ ଅଧିକ ଫାଇବର ରହିଥାଏ। ଏହାସହ ପିଜୁଳି ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି।
ନାସପାତି ମଧ୍ୟ ଖୁବ ସ୍ୱାଦିଷ୍ଟ ଫଳ। ଏହାକୁ ମଧ୍ୟ ଚୋପା ସହ ଖାଆନ୍ତୁ। ଏହାର ଚୋପାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଚକ୍ଷୁ ପାଇଁ ଖୁବ ଉପକାରୀ।
ଆମ୍ବକୁ ଫଳର ରାଜା କୁହାଯାଏ। ସାଧାରଣତଃ ଅଧିକାଂଶ ଆମ୍ବରୁ ଚୋପା କାଢି ଏହାର ସେବନ କରିଥାଆନ୍ତି। ମାତ୍ର ଆମ୍ବର ଚୋପା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଅତିରିକ୍ତ ଚର୍ବିକୁ ନଷ୍ଟ କରିଥାଏ। ଏହା କର୍କଟ ସହ ଲଢିବାରେ ମଧ୍ୟ ସହାୟକ ହୋଇଥାଏ।