ଲୋକତନ୍ତ୍ର (ବ୍ୟୁରୋ): ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ପାର୍ଥିତ୍ୱ ଚୂଡ଼ାନ୍ତ କହିଲେ ଜୁଏଲ ଓରାମ । ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା । ମାମଲା କ୍ଲିୟର ହେବାପରେ ତାଙ୍କ ଟିକେଟ ଘୋଷଣା ହେବ ।
କାଲି ଭିତରେ ଦିଲ୍ଲୀପଙ୍କ ଟିକେଟ ଘୋଷଣା ହେବ କହିଲେ ଜୁଏଲ । ରାଉରକେଲାରୁ ଦିଲ୍ଲୀପ ପ୍ରାର୍ଥୀ ହେବା ନିଶ୍ଚିତ । କେବଳ ଘୋଷଣା ବାକି ରହିଛି । ତେଣୁ ସେ ବିଦ୍ଧିବଧ ଭାବେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ।
୨୦୧୮ ନଭେମ୍ବରରେ ଦିଲ୍ଲୀପ ବିଜେପି ଛାଡ଼ିବା ସହ ବିଧାୟକ ପଦରୁ ବି ଇସ୍ତଫା ଦେଇଥିଲେ । ପରେ ସେ ନବୀନ ନିବାସ ଯାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ସାକ୍ଷାତ କରିଥିଲେ । ତେବେ କେତେକ କାରଣରୁ ସେ ବିଜେଡ଼ିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
ସୋମବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲାଗିଥିଲା । କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଦଣ୍ଡାଦେଶ ମିଳିଥିଲା । ଯାହାଫଳରେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିନଥା’ନ୍ତେ । ତେବେ କୋର୍ଟ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିଦେବାପରେ ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲିଛି । ସେହିପରି ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ବୋଲି କୋର୍ଟରେ ମଧ୍ୟ ଦର୍ଶାଇଛନ୍ତି । ତାଙ୍କର ଲମ୍ବା ରାଜନୀତିକ କ୍ୟାରିୟରକୁ ଦେଖି ହାଇକୋର୍ଟ ମଧ୍ୟ ଏଭଳି ରାୟ ଶୁଣାଇଛନ୍ତି । ତେବେ ସେ ବିଜେପିକୁ ଯିବେ ନା ବିଜେପିକୁ ଯିବାର ସମ୍ଭାବନା ଦେଖାଇ ବିଜେଡ଼ି ସହ କିଛି ଆଲୋଚନା କରିପାରନ୍ତି ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ଦିଲ୍ଲୀପ ଏନେଇ ମୁହଁ ଖୋଲୁନଥିବାରୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ ।