ଲୋକତନ୍ତ୍ର (ବ୍ୟୁରୋ) : ଚଳିତ ନିର୍ବାଚନରେ ଓଡ଼ିଶା ରାଜନୀତି ରୋଚକ ମୋଡ଼ ନେବାକୁ ଯାଉଛି। ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଓଡିଶାର ୪ ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀମାନେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି।
ତେବେ ଭାଜପାର ଓଡିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଦୃଢୋକ୍ତି ଦେଖାଇ କହିଛନ୍ତି ଯେ, ଭାଜପା ଶେଷ ହୋଇଥିବା ୪ ଲୋକ ସଭା ଆସନରେ ବିଜୟ ଲାଭ କରିବାକୁ ଯାଉଛି।
ଏହାସହ ୨୮ରୁ ୧୮ ବିଧାନସଭା ଆସନରେ ଭାଜପା ଜିତିବ। ବିଜେଡି ତ କହିବ ସେମାନେ ୨୮ରୁ ୨୮ ଜିତିବେ। ହେଲେ ଏଠାରେ ସ୍ପଷ୍ଟ କରୁଛି ଏଥର ଓଡିଶାରେ ଭାଜପା ସପକ୍ଷରେ ବହୁମତ ରହିବ। ଓଡିଶାରେ ଭାଜପା ସରକାର କରିବା ସହିତ ୧୬ ଲୋକ ସଭା ଆସନରେ ବିଜୟ ଲାଭ କରିବୁ ବୋଲି କହିଛନ୍ତି ତୋମାର ।